କର୍ପୋରେଟ

ସୁରକ୍ଷା ନୀତିନିୟମ

ସୁରକ୍ଷା ନୀତିନିୟମ

କାର୍ଯ୍ୟ ସମ୍ବନ୍ଧୀୟ ବିଶେଷ ଆହତ ତଥା ସ୍ୱାସ୍ଥ୍ୟ ଦୁରାବସ୍ଥାକୁ ଦ୍ରୁଷ୍ଟିରେ ରଖି ଏକ ନିରାପତ୍ତାମୟ ସ୍ୱାସ୍ଥୋପଯୋଗୀ କାର୍ଯ୍ୟ କ୍ଷେତ୍ର ଗଠନ ଦିଗରେ ଟିପି ନଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ ବଦ୍ଧ ପରିକର। କର୍ମଚାରୀ, ପ୍ରକ୍ରିୟା, କାର୍ଯ୍ୟାନୁଷ୍ଠାନ, ଟେକ୍ନୋଲୋଜି, ସୁଲଭତା ସମୂହକୁ ଦ୍ରୁଷ୍ଟିରେ ରଖି ଏକ କୁଶଳ ନିରାପତ୍ତା ପ୍ରବନ୍ଧନ ପ୍ରଣୟନ କରି ବ୍ୟବସାୟର ପ୍ରତ୍ୟେକ ବିଭାଗରେ ସୁରକ୍ଷା ଅଭ୍ୟାସକୁ ପ୍ରତିପାଦିତ କରିଛି। ଆଶା କରୁଛୁ ବିଶ୍ୱ ସୁରକ୍ଷା ପାଳନ କ୍ଷେତ୍ରରେ ଆମେମାନେ ନିପୁଣତା ପ୍ରଦର୍ଶନ କରି ଅଗ୍ରଣୀ ଲାଭ କରିବୁ। ଏହାକୁ ହାସଲ ନିମନ୍ତେ ଆମେ ନିମ୍ନୋକ୍ତ ପ୍ରତ୍ୟେକ ଧାରାରେ ପରିକରବଦ୍ଧ। :

  • ଯତ୍ନପୂର୍ବକ ତଥା ପ୍ରବନ୍ଧନ କ୍ଷେତ୍ରରେ କ୍ରମାନ୍ୱୟରେ ବିକାଶଶୀଳ କରାଇ ଆମର ହିତାଧିକାରୀଙ୍କ ସମସ୍ତ ଆଶଙ୍କାକୁ ଦୂରୀଭୂତ କରିବା ।
  • ସ୍ୱାସ୍ଥ୍ୟ ଏବଂ ନିରାପତ୍ତା କ୍ଷେତ୍ରରେ ସମସ୍ତ ବୈଧାନିକତା ତଥା ଆବଶ୍ୟକ ଯଥାର୍ଥ ଉପାଦାନ ନିମିତ୍ତ ସର୍ବୋଚ୍ଚ ଚେଷ୍ଟାରତ ରହିବା
  • Iସମସ୍ତ ସ୍ତରରେ ନିର୍ଦ୍ଦିଷ୍ଟ ରେଖା-କାର୍ଯ୍ୟକାରିତା ଦାୟିତ୍ୱ ସହିତ ପ୍ରତ୍ୟେକ କାର୍ଯ୍ୟକ୍ଷମ କାର୍ଯ୍ୟକଳାପରେ ସୁରକ୍ଷା ପ୍ରକ୍ରିୟା ଏବଂ ସର୍ବୋତ୍ତମ ଅଭ୍ୟାସକୁ ଏକତ୍ର କରିବା
  • ସମସ୍ତ କ୍ଷେତ୍ରରେ ଲାଇନ ଫଙ୍କସନ୍ ଦାୟିତ୍ୱବୋଧକୁ ଦ୍ରୁଷ୍ଟିରେ ରଖି ଆବଶ୍ୟକୀୟ ସୁରକ୍ଷା ବଳୟ ଏବଂ ସର୍ବୋଚ୍ଚ ସୁରକ୍ଷା ଅଭ୍ୟାସକୁ ଅଗ୍ରଣୀ କରିବା
  • ପାରସ୍ପରିକ ସହଯୋଗ ଏବଂ ଅଂଶଗ୍ରହଣ ମାଧ୍ୟମରେ କର୍ମକ୍ଷେତ୍ରକୁ ସୁରକ୍ଷିତ ଏବଂ ସ୍ୱାସ୍ଥୋପଯୋଗୀ କରିବା ପାଇଁ ଆମର ସମସ୍ତ କର୍ମଚାରୀ ଏବଂ ବ୍ୟବସାୟିକ ସହଯୋଗୀମାନଙ୍କୁ ଏକୀକୃତ କରିବା
  • ଦଳଗତ ମିଳିତ କାର୍ଯ୍ୟ, ସୁରକ୍ଷା ବଳୟ ତଥା ଅନୁଭୂତିରୁ ଶିକ୍ଷା ଏବଂ ନବୀକରଣ ଯୋଗେ କାର୍ଯ୍ୟକ୍ଷେତ୍ରକୁ ସଶକ୍ତିକରଣ କରିବା
  • ସୁରକ୍ଷା ତଥା ସ୍ୱାସ୍ଥୋପଯୋଗୀ କର୍ମକ୍ଷେତ୍ର ଗଠନ କରିବା ପାଇଁ ନେତୃତ୍ଵବୃନ୍ଦଙ୍କ ସହୃଦୟେ ପରିଚାଳନା
  • ଆମର ବ୍ୟବସାୟୀ ସହଯୋଗୀମାନଙ୍କୁ ସୁରକ୍ଷା ଅଭ୍ୟାସକୁ ବିକଶିତ କରିବା ଏବଂ ଟାଟା ପାୱାର ସୁରକ୍ଷା ନୀତି ସହ ଏକୀକୃତ ହେବା
  • ସୁରକ୍ଷା ଏବଂ ସ୍ୱାସ୍ଥ୍ୟକୁ ଉତ୍କ୍ରୁଷ୍ଟତାର ମାନଦଣ୍ଡ ରୂପେ ଗ୍ରହଣ କରିବା ସହ ବିକାଶର ତନଖି ଏବଂ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଆହୁରି ଅଗ୍ରଣୀ କରିବା
  • ସୁଦୃଢ଼ କୁଶଳତା ତାଲିମ୍ ମାଧ୍ୟମରେ ଆମର କର୍ମଚାରୀ ଏବଂ ବ୍ୟବସାୟିକ ସହଯୋଗୀମାନଙ୍କ ଯୋଗ୍ୟତା ବ୍ରୁଦ୍ଧି କରିବା
  • ସମସ୍ତ ଘଟଣାଗୁଡ଼ିକର ତର୍ଜମା କରିବା, ଅନୁସନ୍ଧାନ କରି ଯଥାର୍ଥ ଲବ୍ଧ ଅନୁଭୂତିରୁ ଶିକ୍ଷାଲାଭ କରି ପୁନଶ୍ଚ ସେହି ଭୁଲ ନ ହେବା ପାଇଁ ବ୍ୟବସ୍ଥା କରିବା

ଏକ ନିର୍ଦ୍ଦିଷ୍ଟ ସମୟରେ ଉପଲବ୍ଧ ସମସ୍ତ ସାଧନଗୁଡିକର ସଠିକ୍ ବିନିଯୋଗ କରିବା ଏବଂ ଏହି ନୀତିନିୟମକୁ ଯଥାର୍ଥ ମର୍ମାର୍ଥ ଭିତ୍ତିରେ ଆମର ହିତାଧିକାରୀଙ୍କ ନିକଟରେ ଉପସ୍ଥାପନ କରି ସମୟାନୁକ୍ରମେ ଏହାର ତନଖି କରି ବ୍ୟବସାୟିକ ପରିବେଶରେ ପରିବର୍ତ୍ତନ ଆଣିବା ପାଇଁ ଆମେ ବଦ୍ଧ ପରିକର ରହିବୁ ।