ନିରନ୍ତରତା

ପେସାଦାରୀ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା

ପେସାଦାରୀ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା

କଂପାନୀ ଉପସ୍ଥିତ ସ୍ଥାନମାନଙ୍କରେ ଥିବା ଲୋକମାନଙ୍କର ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ପାଇଁ ଟିପିଏନ୍ଓଡିଏଲ୍ କାର୍ଯ୍ୟ କରୁଅଛି। ସେହିପରି କାର୍ଯ୍ୟାନୁଷ୍ଠାନରେ ବିବିଧ ନିୟମଧାରା ପ୍ରଚଳନ କରି,ଟିପିଏନ୍ଓଡିଏଲ୍ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ପ୍ରତି ଗୁରୁତ୍ୱାରୋପ କରୁଅଛି। ତତ ମଧ୍ୟରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମଟି ଆଖିଦୃଶିଆ ସଫଳତାର ସହିତ କମ୍ପାନୀର ସେବା ଅନ୍ତର୍ଗତ ଓଡିଶାର ଅପହଞ୍ଚ ସ୍ଥାନମାନଙ୍କରେ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଏବଂ ଔଷଧ ଯୋଗାଇ ଆସୁଅଛି।

ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା (ଏମଏଚଡି)

ହିତାଧିକାରୀ: ୯୦୦ରୁ ଉର୍ଦ୍ଧ୍ଵ ଓଡିଶାର ମୟୁରଭଞ୍ଜ ଏବଂ କେଉଁଝର ଜିଲ୍ଲା ଅନ୍ତର୍ଗତ ଆଦିବାସୀ

ତା ୨୧ ଜାନୁଆରୀ ୨୦୨୨ ରିଖରେ ଗ୍ରାମାଞ୍ଚଳ ତଥା ଆଦିବାସୀ ଅଧୁଷିତ ଓଡିଶାର ମୟୁରଭଞ୍ଜ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ନିମନ୍ତେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା (ଏମଏଚଡି) ର ଶୁଭାରମ୍ଭ ହୋଇଛି। ବର୍ତ୍ତମାନ ଜଣେ ଡାକ୍ତର, ଜଣେ ଫାର୍ମାସିଷ୍ଟ ଏବଂ ଜଣେ ନର୍ସଙ୍କୁ ନେଇ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା (ଏମଏଚଡି) କାର୍ଯ୍ୟକାରୀ ହେଉଅଛି। ଏମଏଚଡି ମଧ୍ୟରେ ସମସ୍ତ ଆବଶ୍ୟକୀୟ ଡାକ୍ତରୀ ଉପକରଣ, ଜନସାଧାରଣଙ୍କ ସାଧାରଣ ବେମାରୀ ଯେପରିକି ଥଣ୍ଡା, ଜର, କାଶ ଇତ୍ୟାଦି ପାଇଁ ଆବଶ୍ୟକୀୟ ଔଷଧ ସୂଚାରୁରୂପେ ବ୍ୟବସ୍ଥିତ କରାଯାଇଛି। କାର୍ଯ୍ୟକ୍ରମ ଆରମ୍ଭ ହେବା ପରଠାରୁ ପ୍ରାୟତଃ ୯୦୦ ହିତାଧିକାରୀଙ୍କୁ ସେବା ପ୍ରଦାନ କରାଯାଇଛି I

image image image image