ପ୍ରକଳ୍ପ

ପ୍ରକଳ୍ପ

ପ୍ରକଳ୍ପ

ଟିପି ନର୍ଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍ଓଡିଏଲ୍) ଓଡିଶାରେ ଏହାର ଭିତ୍ତିମୂଳ ସ୍ଥାପନ କରିବାର ଖୁବ୍ ପ୍ରାରମ୍ଭରୁ ଏହାର ଅଧିବାସୀଗଣଙ୍କ ବିକାଶ ନିମନ୍ତେ ବିବିଧ ପ୍ରକଳ୍ପ ମାଧ୍ୟମରେ ଓଡିଶାର ଅବିକଶିତ ସ୍ଥାନ, ଅପହଞ୍ଚ ଅଞ୍ଚଳ, ଗ୍ରାମାଞ୍ଚଳ ଗୁଡିକରେ କାର୍ଯ୍ୟ କରୁଅଛି। ବିଦ୍ୟୁତ୍ ସରବରାହ ତଥା ଏଲଇଡି ଖଞ୍ଜିବା, ହାତୀ ଚଳପ୍ରଚଳ ସ୍ଥାନକୁ ଇଲେକ୍ଟ୍ରିକାଲ କରିଡର ସ୍ଥାପନ କରି ସୁରକ୍ଷା କରିବା, ମତ୍ସ୍ୟଜୀବିଙ୍କ ନିମନ୍ତେ ସ୍ୱତନ୍ତ୍ର ଇଲେକ୍ଟ୍ରିକାଲ ଫିଡରର ବନ୍ଦୋବସ୍ତ କରିବା ପରି ଅନେକ କାର୍ଯ୍ୟକ୍ରମ ଜରିଆରେ ନିଜର ସେବା ଅନ୍ତର୍ଗତ ଅଞ୍ଚଳଗୁଡିକର ବିକଶିତ କରୁଅଛି।

ଟିପିଏନ୍ଓଡିଏଲ୍, ଓଡିଶା ଦ୍ୱାରା କାର୍ଯ୍ୟରତ ପ୍ରକଳ୍ପଗୁଡ଼ିକ ନିମ୍ନରେ ପ୍ରଦତ୍ତ।

ବିଜୁ ଗ୍ରାମଜ୍ୟୋତି ଯୋଜନା(ବିଜିଯେୱାଇ)

ବିଜୁ ଗ୍ରାମଜ୍ୟୋତି ଯୋଜନା(ବିଜିଯେୱାଇ) ଓଡିଶା ସରକାରଙ୍କ ଧନରାଶି ବିନିମିତ ଏକ ପ୍ରକଳ୍ପ। ଏହି ଯୋଜନା ମୁତାବକ ୧୦୦ରୁ କମ୍ ଜନସଂଖ୍ୟାବିଶିଷ୍ଟ ଅଞ୍ଚଳଗୁଡିକରେ ବିଦ୍ୟୁତ୍ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି। ପୂର୍ବୋକ୍ତ ସୂଚନା ଅନୁଯାୟୀ ଏହିସବୁ ଅଞ୍ଚଳର ସମସ୍ତ ବିପିଏଲ୍ ଅଧିବାସୀଙ୍କୁ ପ୍ରାଇଭେଟ୍ ଏଲଆଇ ପଏଣ୍ଚ ଭିତ୍ତିରେ ବିଦ୍ୟୁତିକରଣ କରାଯାଏ।

ଏହି ପ୍ରକଳ୍ପର କିଛି ମୁଖ୍ୟାଂଶ:-

  • ଅଦ୍ୟାବଧି ବିଦ୍ୟୁତିକରଣ କରାଯାଇଥିବା ଅଧିବାସୀ ସଂଖ୍ୟା- ସର୍ବମୋଟ ୪୭୬୮ ରୁ ୪୪୬୬
  • ବିପିଏଲ ଅଧିବାସୀଗଣ ଙ୍କ ସଂଖ୍ୟା-ସର୍ବମୋଟ ୬୮୩୩୩ ରୁ ୬୧୬୧୬
  • ପ୍ରାଇଭେଟ୍ ଏଲଆଇ ପଏଣ୍ଚ ସ୍ଥାପନ- ସର୍ବମୋଟ ୧୩୫୦ ରୁ ୮୯୦

ସନ୍ତୁଳିତ ଅଧିବାସୀଗଣଙ୍କ ବିଦ୍ୟୁତିକରଣ “ସୌଭାଗ୍ୟ” ଯୋଜନା ଅନ୍ତର୍ଗତ

ବିଜୁ ସହରାଞ୍ଚଳ ବିଦ୍ୟୁତିକରଣ ଯୋଜନା ( ବିଏସଭିୱାଇ)

ବିଜୁ ସହରାଞ୍ଚଳ ବିଦ୍ୟୁତିକରଣ ଯୋଜନା ( ବିଏସଭିୱାଇ) ଓଡିଶା ସରକାରଙ୍କ ଧନରାଶି ବିନିମିତ ଏକ ପ୍ରକଳ୍ପ।ଏହି ଯୋଜନା ମୁତାବକ ସହରାଞ୍ଚଳର ୧୦୦ରୁ କମ୍ ଜନସଂଖ୍ୟାବିଶିଷ୍ଟ ଅଞ୍ଚଳ (ମ୍ୟୁନିସିପାଲିଟି ଏବଂ ଏନଏସସି) ଏବଂ ବିପିଏଲ ଅଧିବାସୀଙ୍କୁ ବିଦ୍ୟୁତିକରଣ ପାଇଁ ସ୍ଥିର କରାଯାଇଥାଏ ।

ଏହି ପ୍ରକଳ୍ପ ମାଧ୍ୟମରେ କରାଯାଇଥିବା କାର୍ଯ୍ୟଗୁଡିକର ମୁଖ୍ୟାଂଶ:-

  • ଅଦ୍ୟାବଧି ବିଦ୍ୟୁତିକରଣ କରାଯାଇଥିବା ଅଧିବାସୀ ସଂଖ୍ୟା-ସର୍ବମୋଟ ୭୧୫ ରୁ ୬୫୪
  • ବିପିଏଲ ଅଧିବାସୀଗଣ ଙ୍କ ସଂଖ୍ୟା-ସର୍ବମୋଟ ୧୧୮୩୬ ରୁ ୧୦୧୯୬

ସନ୍ତୁଳିତ ଅଧିବାସୀଗଣଙ୍କ ବିଦ୍ୟୁତିକରଣ “ସୌଭାଗ୍ୟ” ଯୋଜନା ଅନ୍ତର୍ଗତ

ଦୀନ ଦୟାଲ ଉପାଧ୍ୟାୟ ଗ୍ରାମ୍ୟଜ୍ୟୋତି ଯୋଜନା [ରାଜୀବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତିକରଣ ଯୋଜନା (ଆରଜିଜିଭିୱାଇ- ଦ୍ୱାଦଶ ପ୍ଲାନ୍)]

ସମସ୍ତ ସନ୍ତୁଳିତ ବିଦ୍ୟୁତିକରଣରୁ ବଞ୍ଚିତ ଏବଂ ସମ୍ୟକ୍ ବିଦ୍ୟୁତିକରଣ ହୋଇଥିବା ଗ୍ରାମଗୁଡିକୁ ଏହି ଯୋଜନା ଅନ୍ତର୍ଭୁକ୍ତ କରାଯିବାର ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟଟିର କିଛି ବିବରଣୀ ନିମ୍ନରେ ଦିଆଗଲା।:-

  • ଅଦ୍ୟାବଧି ୟୁଇ ଗ୍ରାମାଞ୍ଚଳ ବିଦ୍ୟୁତିକରଣ ସଂଖ୍ୟା-ସର୍ବମୋଟ ୬୬ରୁ ୬୬
  • ପିଇ ଗ୍ରାମାଞ୍ଚଳ ବିଦ୍ୟୁତିକରଣ ସଂଖ୍ୟା-ସର୍ବମୋଟ ୬୩୯୬ ରୁ ୬୩୯୩
  • ବିପିଏଲ୍ ଏଚଏଚ୍ ପର୍ଯାୟଭୁକ୍ତ ବୈଦୁତିକ ଚାଳନା ହୋଇଥିବା ସଂଖ୍ୟା- ସର୍ବମୋଟ ୧୧୯୧୧୨ ରୁ ୧୧୯୧୧୨ ୪ଟି ଏପିଏଲ୍ ଏଚଏଚ୍ ପର୍ଯାୟଭୁକ୍ତ ବୈଦୁତିକ ଚାଳନା ହୋଇଥିବା ସଂଖ୍ୟା-ସର୍ବମୋଟ ୧୯୩୧୪୨ ରୁ ୧୯୨୬୨୩(୫୧୯ ଟି ଏଚଏଚ୍ ଗତିଶୀଳ ରହିଛି)

ସମସ୍ତ ବିଦ୍ୟୁତିକରଣ କାର୍ଯ୍ୟ ସମାପ୍ତ ହୋଇସାରିଛି ଏବଂ ଏଥି ସମ୍ବନ୍ଧୀୟ ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରାଯାଇଛି।

ଦୀନ ଦୟାଲ ଉପାଧ୍ୟାୟ ଗ୍ରାମ୍ୟଜ୍ୟୋତି ଯୋଜନା (ଡିଡିୟୁଜିଯେୱାଇ)

ପ୍ରକଳ୍ପ ଅଟକଳ ୪୬୦.୧୬ କୋଟି। ଯେଉଁ ଗ୍ରାମାଞ୍ଚଳ ଗୁଡିକ ଉପରୋକ୍ତ ଯୋଜନାର ବହିର୍ଭୂତ ରହିଥଲେ ସେଗୁଡିକୁ ଚିହ୍ନଟ କରାଯାଇ ଏହି ଯୋଜନା ମାଧ୍ୟମରେ ବିଦ୍ୟୁତିକରଣ କରାଯିବାର ବ୍ୟବସ୍ଥା କରାଯିବା ସହିତ ଅନ୍ୟାନ୍ୟ ସଶକ୍ତିକରଣ କାର୍ଯ୍ୟକ୍ରମ ଯେପରିକି ଉଭୟ ୩୩ କେଭି/୧୧କେଭି ଲାଇନ୍ ପାଇଁ ନୂତନ / ପାହ୍ୟାବୃଦ୍ଧି, ୩୩କେଭି/୧୧କେଭିର ନବୀକରଣ, ଏଚଭିଡିଏସ୍ ସିଷ୍ଟମ ମାଧ୍ୟମରେ ସ୍ୱତନ୍ତ୍ର ଫିଡର ଯୋଗେ ହେଡ୍ କ୍ୱାର୍ଟରକୁ ବ୍ଲକ ରଖିବା, କ୍ଷତିଗ୍ରସ୍ତ ଏଲଟି ଲାଇନ ଗୁଡିକର ମରାମତି ତଥା ଏବି କେବଲ ମାଧ୍ୟମରେ ନବୀକରଣ, ଶିଙ୍ଗୀଳ ଫେଜ ଟ୍ରାନ୍ସଫର୍ମର ୩-ପିଏଚ୍ ୨୫କେଭିଏ ଅପଗ୍ରେଡ୍ ପରି କାର୍ଯ୍ୟକ୍ରମ ସବୁ ଏହି ଯୋଜନାର ଅନ୍ତର୍ଗତ।

ଓପିଟିସିଏଲ୍ ଏହାର ପରିଚାଳନା ଏଜେନ୍ସି ଏବଂ ଏନପିଟିଆଇ( ନିର୍ମାଣର ବାର୍ତ୍ତାବହ) ଯୁଗ୍ମରୂପେ ଏହାର ପ୍ରୋଯେକ୍ଟ ମ୍ୟାନେଜମେଣ୍ଟ ଏଜେନ୍ସି(ପିଏମଏ) ଅଟନ୍ତି। ବିନ୍ଧ୍ୟା ଟେଲିଲି କମ୍ପାନୀକୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି।ଆରମ୍ଭରୁ ଅଦ୍ୟାବଧି ୫ଟି ଟିପିଏନ୍ଓଡିଏଲ୍ ଅନ୍ତର୍ଗତ ଗ୍ରାମରେ ଏହାର କାର୍ଯ୍ୟକ୍ରମ ଗତିଶୀଳ ରହିଛି। :

ଏହି ଯୋଜନା ଗତିଶୀଳତାର କିଛି ମୁଖ୍ୟାଂଶ ନିମ୍ନରେ ପ୍ରଦତ୍ତ

  • ୭ଟି ଉଦ୍ଦିଷ୍ଟ ଗ୍ରାମମଧ୍ୟରୁ ୬ଟି ଗ୍ରାମରେ ବିଦ୍ୟୁତିକରଣ ସମାପ୍ତ
  • ୫୬୪ଟି ପିଇ ଗ୍ରାମମଧ୍ୟରୁ ୫୬୨ଟି ଗ୍ରାମରେ ବିଦ୍ୟୁତିକରଣ ସମାପ୍ତ/li>
  • ଏଚଏଚ୍ ଉଦ୍ଦିଷ୍ଟ ୩୫୬୭୦ ଜନସଂଖ୍ୟା ମଧ୍ୟରୁ ୩୫୬୪୯ ଜଣଙ୍କର ବିଦ୍ୟୁତିକରଣ ସମାପ୍ତ
  • ସ୍ଥିର କରାଯାଇଥିବା ୧୭୧.୧୮୪ କିଲୋମିଟର ଦୂରତାକୁ ୧୭୧.୧୮୪ କିଲୋମିଟର୍ ୩୩କେଭି ଫିଡର ନିର୍ମାଣ କାର୍ଯ୍ୟ ସମାପ୍ତ
  • କୃଷି ଉପଯୋଗୀ ୨୩୧.୩୬ କିଲୋମିଟର ଦୂରତାରୁ ୨୨୯.୪୬ କିଲୋମିଟର ୧୧କେଭି ଫିଡର ସ୍ଥାପନ କାର୍ଯ୍ୟ ସମାପ୍ତ
  • ଘରୋଇ ବ୍ୟବହାର ନିମନ୍ତେ ସ୍ଥିର କରାଯାଇଥିବା ୯୭.୦୩କିଲୋମିଟର ରୁ ୯୭.୦୩ କିଲୋମିଟର ୧୧କେଭି ଫିଡର ସ୍ଥାପନ କାର୍ଯ୍ୟ ସମାପ୍ତ
  • ୩୨୫ କିଲୋମିଟରରୁ ସଂପୂର୍ଣ୍ଣ ୩୨୫କିଲୋମିଟର ଏଲଟି ଲାଇନ୍ ର ଏବି କେବଲିଂ କରାଯାଇଛି ୭୧ଟି ଉଦ୍ଦିଷ୍ଟ ସ୍ଥାନ ମଧ୍ୟରୁ ୭୦ଟି ସ୍ଥାନରେ ୩୩କେଭି/୧୧କେଭି ନବୀକରଣ କାର୍ଯ୍ୟ ସମାପ୍ତ

ଇଣ୍ଟିଗ୍ରେଟେଡ ପାୱାର ଡେଭେଲପମେଣ୍ଟ ସ୍କିମ୍ (ଆଇପିଡିଏସ୍)

ଭାରତ ସରକାରଙ୍କ ଇଣ୍ଟିଗ୍ରେଟେଡ ପାୱାର ଡେଭେଲପମେଣ୍ଟ ସ୍କିମ୍(ଆଇପିଡିଏସ୍) ଜରିଆରେ ସହରାଞ୍ଚଳରେ ନିମ୍ନୋକ୍ତ କାର୍ଯ୍ୟକ୍ରମ ଗୁଡିକ ସଂପାଦିତ ହେଉଛି।:

  • ସହରାଞ୍ଚଳର ଡିଷ୍ଟ୍ରିବୁସନ ନେଟୱର୍କ ଏବଂ ସବ୍ ଟ୍ରାନ୍ସମିସନକୁ ମଜଭୂତ କରିବା
  • ନୂତନ ସବ-ଷ୍ଟେସନର ନିର୍ମାଣ ସହିତ ଗ୍ୟାସ ଅପରିବାହୀ ସବ-ଷ୍ଟେସନ ଗୁଡିକ ୬୬କେଭି/୩୩କେଭି ଏବଂ ୨୨କେଭି/୧୧କେଭି ଲାଇନ ସଂଯୁକ୍ତ ହୋଇ ସଶକ୍ତିକରଣ
  • ଉଚ୍ଚ କାପାସିଟି/ଅତିରିକ୍ତ ଶକ୍ତିଯୁକ୍ତ ପାୱାର ଟ୍ରାନ୍ସଫର୍ମର ସହିତ ଆବଶ୍ୟକୀୟ ଉପକରଣ / ସ୍ୱିଚ୍ ଗିୟର ର ଉପଯୋଗ କରି ସ୍ଥାପିତ ସବ-ଷ୍ଟେସନଗୁଡିକୁ ମଜଭୂତ କରିବା
  • ବ୍ୟବହୃତ ଲାଇନ୍ ଏବଂ ନୂତନ ଏଚଟି ଲାଇନ ଗୁଡିକୁ ପୁନଃସ୍ଥାପନ ଏବଂ ସମ୍ପୃକ୍ତିକରଣ ମାଧ୍ୟମରେ ସଶକ୍ତିକରଣ
  • ନୂତନ ଡିଷ୍ଟ୍ରିବୁସନ ଟ୍ରାନ୍ସଫର୍ମର ସ୍ଥାପନ କରିବା ସହିତ ସ୍ଥାପିତ ଟ୍ରାନ୍ସଫର୍ମରଗୁଡିକୁ ଏଲଟି ଲାଇନ୍ ସହଯୋଗରେ ସଶକ୍ତିକରଣ
  • ଆଧୁନିକ କାପାସିଟର ସ୍ଥାପନ
  • ସ୍ଥାପିତ ସବ-ଷ୍ଟେସନଗୁଡିକର ନବୀକରଣ ଏବଂ ଆଧୁନିକୀକରଣ
  • ଉଚ୍ଚ ଭୋଲଟେଜ୍ ଯୁକ୍ତ ବିତରଣ
  • ବିଦ୍ୟୁତ ଚୋରି ବହୁଳତା ସ୍ଥାନରେ ଏରିୟଲ୍ ବଞ୍ଚ୍ କେବଲ୍ ସ୍ଥାପନ
  • ସହରାଞ୍ଚଳର ଅଧିବାସୀଙ୍କ ବ୍ୟକ୍ତିଗତ/ଫିଡର / ଡିଷ୍ଟ୍ରିବୁସନ ଟ୍ରାନ୍ସଫର୍ମରର ମିଟରିଂ
  • ବିତରଣ କ୍ଷେତ୍ରକୁ ଆଇଟି କୁଶଳତା ପୂର୍ଣ୍ଣ କରି ବିତରଣ ନେଟୱର୍କ ସଶକ୍ତିକରଣ

ଏହି ଯୋଜନା ଅନ୍ତର୍ଗତ ଉପରୋକ୍ତ କାର୍ଯ୍ୟସାଧନ ପାଇଁ ବ୍ୟୟ ଅଟକଳ ୩୨୬.୩୫ କୋଟି ଧାର୍ଯ୍ୟ କରାଯାଇଛି। ଓପିଟିସିଏଲ୍ ଏହାର ପରିଚାଳନା ଏଜେନ୍ସି ଏବଂ ଏନପିଟିଆଇ( ନିର୍ମାଣର ବାର୍ତ୍ତାବହ) ଯୁଗ୍ମରୂପେ ଏହାର ପ୍ରୋଯେକ୍ଟ ମ୍ୟାନେଜମେଣ୍ଟ ଏଜେନ୍ସି(ପିଏମଏ) ଅଟନ୍ତି। ମି/ଏସ୍ ଓଏସ୍ଆଇସିକୁ ଏହି କାର୍ଯ୍ୟ ନିମନ୍ତେ ସମ୍ମାନିତ କରାଯାଇଛି।

  • ୮୦.୮୯ସିକେଏମ୍ ଦୂରତାରୁ ୮୦.୨୩ସିକେଏମ୍ ୩୩କେଭି ଲାଇନ ସ୍ଥାପନ ସମାପ୍ତ
  • ୮.୪ ସିକେଏମ୍ ଦୂରତାରୁ ସଂପୂର୍ଣ୍ଣ ୮.୪ସିକେଏମ୍ ୩୩କେଭି ସଂବ୍ରୁଦ୍ଧଲାଇନ୍ ସ୍ଥାପନ ସମାପ୍ତ
  • ୨୯୮.୦୮ସିକେଏମ୍ ଦୂରତାରୁ ୨୯୬.୭୮ସିକେଏମ୍ ୧୧କେଭି ନୂତନ ଲାଇନ ସ୍ଥାପନ ସମାପ୍ତ
  • ୧୯.୧୬ସିକେଏମ୍ ଦୂରତାରୁ ସଂପୂର୍ଣ୍ଣ ୧୯.୧୬ ସିକେଏମ୍ ୧୧କେଭି ସଂବ୍ରୁଦ୍ଧ ୧୧କେଭି ଲାଇନ ସ୍ଥାପନ ସମାପ୍ତ
  • ଆବଶ୍ୟକୀୟ ୯୯୨ରୁ ୯୯୨ଟି ଟ୍ରାନ୍ସଫର୍ମର ସ୍ଥାପନ
  • ୬୮୦.୮୪ସିକେଏମ୍ ଦୂରତାରୁ ୬୮୦.୮୪ ସିକେଏମ୍ ଦୂରତା ଏଲଟି ନୂତନ ଲାଇନ୍ ସଂଯୁକ୍ତ
  • ନୂତନ ସବ-ଷ୍ଟେସନ - ଆବଶ୍ୟକୀୟ ୭ଟିରୁ ୭ଟି ସବଷ୍ଟେସନ ସ୍ଥାପନ
  • ସଂବ୍ରୁଦ୍ଧ ସବଷ୍ଟେସନ - ଆବଶ୍ୟକୀୟ ୨୭ଟିରୁ ୨୭ଟିର ପ୍ରକ୍ରିୟା ସମାପ୍ତ
  • ସୋଲାର୍ ପ୍ୟାନେଲ - ଆବଶ୍ୟକୀୟ ୨୯ଟିରୁ ୨୯ଟି ସ୍ଥାପନ ସମାପ୍ତ

ଓଡିଶା ଡିଷ୍ଟ୍ରିବୁସନ ସିଷ୍ଟମ ଷ୍ଟ୍ରେନ୍ଥେନିଂ ପ୍ରୋଗ୍ରାମ (ଓଡିଏସଏସପି ପିଏଚ୍-୧, ୨,୩): -

କ୍ଷୀଣ ଭୋଲଟେଜ୍ ସମସ୍ୟାର ସମାଧାନ ପାଇଁ ତଥା ଗ୍ରାହକମାନଙ୍କୁ ଉତ୍ତମ ଉତ୍ପାଦଯୁକ୍ତ ବିଦ୍ୟୁତ ବିତରଣ ପାଇଁ ଓଡିଶା ସରକାରଙ୍କ ଦ୍ୱାରା ଟିପିଏନ୍ଓଡିଏଲ୍ କାର୍ଯ୍ୟରତ ସ୍ଥାନ ଗୁଡିକରେ ୯୯ଟି ୩ ଫେଜ ବିଶିଷ୍ଟ ୩୩/୧୧ କେଭି ସବଷ୍ଟେସନ ସ୍ଥାପନ କରିଛି। ୩୩କେଭି ଏବଂ ୧୧କେଭି ଲାଇନଗୁଡିକର ଦୂରତା ଭିତ୍ତିରେ ଟେକ୍ନିକାଲ କ୍ଷତିକୁ ହ୍ରାସ ଘଟାଇ ୩୩/୧୧କେଭି ସବଷ୍ଟେସନ ସ୍ଥାପନକୁ ବ୍ରୁଦ୍ଧି କରିବା ସହିତ ଗ୍ରାହକମାନଙ୍କୁ ନିରନ୍ତର ବିଦ୍ୟୁତ ଯୋଗାଇଦେବା ଏହି ଯୋଜନାଟିର ମୁଖ୍ଯ ଲକ୍ଷ୍ଯ।

୮୫ଟି ସବଷ୍ଟେସନ ସ୍ଥାପନର କାର୍ଯ୍ୟକ୍ରମ ସମାପ୍ତ ହୋଇସାରିଛି ଏବଂ ଆବଶ୍ୟକୀୟ ୯୯ଟି ୩୩/୧୧କେଭି ସବଷ୍ଟେସନ ମଧ୍ଯରୁ ୭୫ଟି ଡିସକମ୍ ର ଅନ୍ତର୍ଭୁକ୍ତ କରାଯାଇଛି।

ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ର ପରିସରରୁ ବିଦ୍ୟୁତ ସରବରାହ ଲାଇନ ଏବଂ ଟ୍ରାନ୍ସଫର୍ମର ବିସ୍ଥାପନ

ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ର ଯାଉଥିବା ଦେଶର ଭବିଷ୍ୟତ ନାଗରିକମାନଙ୍କ ସୁରକ୍ଷା ପାଇଁ ଓଡିଶା ସରକାର ବିଶେଷ ଦୃଷ୍ଟି ପ୍ରଦାନ କରିଛନ୍ତି। ଏଥିନିମନ୍ତେ ଓଡିଶା ସରକାରଙ୍କ ସ୍ଥିରୀକୃତ ନିଷ୍ପତ୍ତି ଅନୁଯାୟୀ ଡିସକମ୍ ଅନ୍ତର୍ଗତ ୨୬୩୮ ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ରରୁ ବିଦ୍ୟୁତ ସରବରାହ ଲାଇନ ଏବଂ ଟ୍ରାନ୍ସଫର୍ମର ବିସ୍ଥାପନ କରାଯାଇଛି ଏବଂ ଏଥିନିମନ୍ତେ ବ୍ୟୟ ଅଟକଳ ୨୪.୬୨କୋଟି ପ୍ରାପ୍ତ ହୋଇଛି।

୨୬୩୮ଟି ଚିହ୍ନଟ ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ର ମଧ୍ଯରୁ ୧୬୬୭ଟିର ବିସ୍ଥାପନ କାର୍ଯ୍ୟକ୍ରମ ସମାପ୍ତ ହୋଇଛି।

ସ୍ୱତନ୍ତ୍ର ପିସିକଲଚର୍ ଫିଡର୍: -

ମତ୍ସଜିବୀ ନିମନ୍ତେ ଓଡିଶା ସରକାର ସ୍ୱତନ୍ତ୍ର ବୈଦ୍ୟୁତିକ ଫିଡରର ବନ୍ଦୋବସ୍ତ କରିଛନ୍ତି ତନ୍ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୬ଟି ଫିଡର ସ୍ଥାପନ ହୋଇସାରିଛି। ଏହି ସ୍ୱତନ୍ତ୍ର ଫିଡରଗୁଡିକ ହେତୁ ଶୀତଳୀକରଣ, ଖାଦ୍ୟ ପ୍ରକ୍ଷାଳନ ପରି ଅନୁବନ୍ଧିତ କାର୍ଯ୍ୟଗୁଡିକ ସହଜ ଏବଂ ସରଳ ହୋଇପାରୁଛି ଯାହାକି ମତ୍ସଚାଷ ବିଭାଗକୁ ସଶକ୍ତ କରୁଅଛି। ସେହିପରି ମତ୍ସ ଏବଂ ଚିଙ୍ଗୁଡି ଉତ୍ପାଦନ ବୃଦ୍ଧି , ସେଗୁଡିକର ସଫେଇ , ପ୍ରୁଥକୀକରଣ ତଥା ଶୀତଳ ସଂରକ୍ଷଣ ଦିଗରେ ଏହି ସ୍ୱତନ୍ତ୍ର ଫିଡର ଗୁଡିକର ଏକାନ୍ତ ଆବଶ୍ୟକତା ଅନୁଭୂତ ହେଉଛି।

ଏହି ପ୍ରୋଗ୍ରାମ ଜରିଆରେ ଜିଓଓ ଦ୍ୱାରା ନିର୍ମିତ ସାଧନଗୁଡିକ ନିମ୍ନରେ ପ୍ରଦତ୍ତ;

  • ୧୦୦କେଭିଏ ଟ୍ରାନ୍ସଫର୍ମର - ଆବଶ୍ୟକୀୟ ୨୨୫ଟି ମଧ୍ୟରୁ ସମଗ୍ର ୨୨୫ଟି ଏସ/ଏସ ସ୍ଥାପନ ସମାପ୍ତ
  • ୬୩କେଭିଏ ଟ୍ରାନ୍ସଫର୍ମର - ଆବଶ୍ୟକୀୟ ୨୪ଟି ମଧ୍ଯରୁ ସମଗ୍ର ୨୪ଟି ଏସ/ଏସ ସ୍ଥାପନ ସମାପ୍ତ
  • ୨୫କେଭିଏ ଟ୍ରାନ୍ସଫର୍ମର - ଆବଶ୍ୟକୀୟ ୮୨ଟି ମଧ୍ୟରୁ ସମଗ୍ର ୮୨ଟି ଏସ/ଏସ ସ୍ଥାପନ ସମାପ୍ତ
  • ୧୧କେଭି ଲାଇନ୍ସ - ସ୍ଥିରୀକୃତ ୩୧୦.୩୯୮କିଲୋମିଟର ଦୂରତା ମଧ୍ୟରୁ ୩୧୦.୩୯୬ କିଲୋମିଟର ବିତରଣ ସମାପ୍ତ

ଓପିଟିସିଏଲ୍ ଏହାର କାର୍ଯ୍ୟନିର୍ବାହୀ ଏଜେନ୍ସି ହୋଇଥିବାବେଳେ ୱାପକୋଜ୍ ଏହାର ପ୍ରକଳ୍ପ ତଦାରଖ ଏଜେନ୍ସି/ ପ୍ରୋଜେକ୍ଟ ମନିଟରିଂ ଏଜେନ୍ସି(ପିଏମଏ)ଭାବେ ଏବଂ ଜିପିଲ୍ ସଂସ୍ଥା ଏହି ପ୍ରକଳ୍ପର ଦାୟିତ୍ୱ ସମ୍ପାଦନ କରୁଛି। ପ୍ରକଳ୍ପଟି ବର୍ତ୍ତମାନ କାର୍ଯ୍ୟଶୀଳ ରହିଛି ଏବଂ ୩୧.୦୩.୨୦୨୨ ସୁଦ୍ଧା ସଂପୂର୍ଣ୍ଣ ହେବାର ଲକ୍ଷ୍ୟ ରଖିଛି।

ନୂତନ ଦେଶୀ ସ୍କିମ୍

ଓଭରଲୋଡେଡ୍ ପାୱାର ଟ୍ରାନ୍ସଫର୍ମରର ଅଗ୍ରଣୀ ତଥା ବିତରଣ ଟ୍ରାନ୍ସଫର୍ମର(ଅଗ୍ନିପାତ ସଂଗଠିତ ଟ୍ରାନ୍ସଫର୍ମର ସୁରକ୍ଷା) ଏବଂ ଅଗ୍ନି ବ୍ୟୁତ୍ପତ୍ତି ଘଟିଥିବା/ ସଂଶୟତାପୂର୍ଣ୍ଣ ଟ୍ରାନ୍ସଫର୍ମରର ପରିବର୍ତ୍ତନ ପାଇଁ ଓଡିଶା ସରକାର ୧,୫୦୦୦ ଟ୍ରାନ୍ସଫର୍ମର ସ୍ଥାପନ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ଟିପିଏନ୍ଓଡିଏଲ୍ ଦ୍ୱାରା ୩୨୦୦ଟି (୩୦୦ଟି ପିଟି ଏବଂ ୨୯୦୦ଟି ଡିଟିଆର୍) ସହଯୋଗ ରହିଛି। ଏହି ଟ୍ରାନ୍ସଫର୍ମର ରୋପଣର ପରବର୍ତ୍ତୀ ପର୍ଯ୍ୟାୟରେ ଅଗ୍ନି ବ୍ୟୁତ୍ପତ୍ତି ଘଟୁଥିବା ଟ୍ରାନ୍ସଫର୍ମରର ସଂଖ୍ୟା ହ୍ରାସ ପାଇଛି ଏବଂ ଡିସକମ୍ ଦ୍ୱାରା ଗ୍ରାହକମାନେ ନିରନ୍ତର ୨୪x୭ ବିଜୁଳିସେବା ଲାଭ କରୁଛନ୍ତି।

୨୦୧୬-୨୭ ମସିହାରେ ଏହି ପ୍ରକଳ୍ପର ପ୍ରଥମ ପର୍ଯାୟରେ ୧୧୩୫ଟି ଦ୍ୱିତୀୟ ପର୍ଯାୟରେ ୯୦୨ଟି ଏବଂ ତ୍ରୁତୀୟ ପର୍ଯାୟରେ ୮୩୫ଟି ଡିଟିଆର୍ ଟ୍ରାନ୍ସଫର୍ମର ଓପିଟିସିଏଲ୍ ଦ୍ୱାରା ପ୍ରଦାନ କରାଯାଇଛି ଏବଂ ସେଥିମଧ୍ୟରୁ ଟିପିଏନ୍ଓଡିଏଲ୍ ୨୮୬୨ଟି ଡିଟିଆର୍ ଲାଭ କରିଛି।

ଏହି ପ୍ରକଳ୍ପ ମାଧ୍ୟମରେ ଟିପିଏନ୍ଓଡିଏଲ୍ ୧୪୮୧ ଡିଟିଆର୍ ଟ୍ରାନ୍ସଫର୍ମର ସ୍ଥାପନ କରିଛି।

ହାତୀ ଗମନାଗମନ ସ୍ଥାନରେ ବିଦ୍ୟୁତ ନେଟୱର୍କକୁ ସୁରକ୍ଷା:-

ହାତୀ ଚଳପ୍ରଚଳ ସ୍ଥାନଗୁଡିକରେ ହାତୀମାନଙ୍କ ସହିତ ହେଉଥିବା ବିଦ୍ୟୁତ ବ୍ୟୁତ୍ପତ୍ତି କୁ ଦୃଷ୍ଟିରେ ରଖି ହାତୀ ଚଳପ୍ରଚଳ ସ୍ଥାନମାନଙ୍କୁ ସ୍ୱତନ୍ତ୍ର ନିର୍ମାଣ ଜରିଆରେ ସୁଦୃଢ଼ କରିବା ପାଇଁ ଓଡିଶା ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି।

୨୦୧୨-୧୩ ମସିହାରୁ ଏହି ପ୍ରକଳ୍ପ ଆରମ୍ଭ ହୋଇଛି ଏବଂ ଟିପିଏନ୍ଓଡିଏଲ୍ ଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି।

ଏହି ପ୍ରକଳ୍ପ ପାଇଁ ୩ଟି ପର୍ଯାୟ(ପିଏଚ-୧ ,୨,୩)ବ୍ୟୟ ଅଟକଳ ୪୪.୫୦୫ କୋଟି ଘୋଷଣା କରାଯାଇଛି ଏବଂ ତନ୍ମଧ୍ୟରୁ ୩୯.୮୦୭କୋଟିର ନିର୍ମାଣ କାର୍ଯ୍ୟ ସମାପ୍ତ କରାଯାଇ ୩୪.୮୯କୋଟିର ୟୁସି ଓଡିଶା ସରକାରଙ୍କ ନିକଟରେ ଦାଖଲ କରାଯାଇଛି।

ଚତୁର୍ଥ ପର୍ଯ୍ୟାୟରେ ୫୦ଟି ପ୍ୟାକେଜ୍ ପାଇଁ ୧୮୧.୧୨କୋଟି ଅଟକଳ ଓଡିଶା ସରକାରଙ୍କ ନିକଟରେ ଦାଖଲ କରାଯାଇଛି ଏବଂ ତନ୍ମଧ୍ୟରୁ ୩୧ଟି ପ୍ୟାକେଜ୍ ପାଇଁ ଆନୁମାନିକ ଖର୍ଚ୍ଚ ୧୦୭.୯ କୋଟି କୋଷାଗାରରେ ଧନରାଶିର ଉପଲବ୍ଧ ନେଇ ସଂଗୃହିତ କରାଯାଇଛି। ଚତୁର୍ଥ ପର୍ଯ୍ୟାୟ ପାଇଁ ଓଡିଶା ସରକାରଙ୍କ ତରଫରୁ ୧୦୫.୫କୋଟି( ୨୬.୫କୋଟି+୩୦କୋଟି+୩୦କୋଟି+୧୯କୋଟି) ଘୋଷଣା କରାଯାଇଛି।

ବାରିପଦା ରଥଦାଣ୍ଡରେ ଭୂତଳ ତାର ସଂଯୋଜନା

ବାରିପଦା ରଥଦାଣ୍ଡର ବିଦ୍ୟୁତ ସରବରାହକୁ ଉନ୍ନତ କରିବା ପାଇଁ ଓଡିଶା ସରକାର, ନେସକୋ(ଟିପିଏନ୍ଓଡିଏଲ୍)କୁ ୪.୨୯କୋଟିର ସହାୟତା ରାଶି ପ୍ରଦାନ କରିଛନ୍ତି। ଏହି ଯୋଜନା ଅଧିନରେ ଏଚଟି/ଏଲଟି ଲାଇନ ସଂଯୋଜନା, ସବ-ଷ୍ଟେସନ ରକ୍ଷଣାବେକ୍ଷଣ, ରାସ୍ତାକଡ ବିଜୁଳିବତୀ ସ୍ଥାପନ, ଆରଏମୟୁ ସ୍ଥାପନ ଏବଂ ଏଲଟି ପ୍ୟାନେଲ ଡିଷ୍ଟ୍ରିବୁସନ କାର୍ଯ୍ୟ ସଂପାଦିତ ହୋଇସାରିଛି ଏବଂ ଏଲଟି ଫିଡର ପିଲାର୍ ସଂଯୋଜନା, ମଥାପୋଖରୀ ଠାରୁ ଏମପିସି କଲେଜ ପର୍ଯ୍ୟନ୍ତ ଏଚଟି ୟୁ/ଜି କେବଲ ବିତରଣଜନିତ ତୃଟି ସଂଶୋଧନ ଏବଂ ଏମପିସି କଲେଜ ସ୍ଥିତ ଆରଏମୟୁ ର ପୁନଃସ୍ଥାପନ ତଥା ତ୍ରୁଟି ସଂଶୋଧନ କାର୍ଯ୍ୟଗୁଡିକ ଗତିଶୀଳ ରହିଛି।

୩୦.୦୩.୨୦୨୨ ସୁଦ୍ଧା ଏହି ପ୍ରକଳ୍ପ ସମାପ୍ତ ହେବାର ଲକ୍ଷ୍ୟ ରଖାଯାଇଛି।

ଏଲଇଡି ଗ୍ରାମ

କେନ୍ଦୁଝର ଜିଲ୍ଲାର ସରେଇ ଏବଂ ବରୁଆଁ, ଯାଜପୁର ଜିଲ୍ଲାର ସସଡା ଏବଂ ଖଣ୍ଡାହତା ପରି ୪ଟି ଗାଁକୁ ଏହି ପ୍ରକଳ୍ପ ପାଇଁ ମନୋନୀତ କରାଯାଇଛି। ୨୦୧୬ ମସିହାରେ ଏହି ପ୍ରକଳ୍ପ ପାଇଁ ୧୧.୬୯ ଲକ୍ଷ ଟଙ୍କା ଘୋଷଣା କରାଯାଇଛି ଏବଂ ଏପ୍ରିଲ ମାସରେ ଏହି ପ୍ରକଳ୍ପର ସ୍ଥାପନ ସମାପ୍ତ ହେବା ସହିତ ୬,୫୫,୬୮୮ ଟଙ୍କା ଠିକାଦାରକୁ ପ୍ରଦାନ କରାଯାଇଛି ଏବଂ ଏ ସମ୍ବନ୍ଧୀୟ ସବିଶେଷ ଇଆଇସି(ଇ) କମ୍ ପିସିଇଆଇ ଏବଂ ଏସଡିଏ(ଓ) , ଭୁବନେଶ୍ୱର ଲେଟର ନଂ ୧୩୨୬୧ ତା ୧୭-୧୦-୨୦୧୭ରିଖରେ ଦାଖଲ କରାଯାଇଛି।

ସୌଭାଗ୍ୟ

ଏହି ଯୋଜନାରେ ଗ୍ରାମାଞ୍ଚଳର ବିଦ୍ୟୁତିକରଣ ହୋଇନଥିବା ଘରଗୁଡ଼ିକ ତଥା ଗ୍ରାମର ଶେଷ ଜନବସତି ପର୍ଯ୍ୟନ୍ତ ଏବଂ ସହରାଞ୍ଚଳର ସମାନୁପାତିକ ଗରୀବଶ୍ରେଣୀଭୁକ୍ତ ସ୍ଥାନଗୁଡିକର ବିଦ୍ୟୁତକରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୧୨୫.୪୬କୋଟିର ବ୍ୟୟ ଅଟକଳରେ ୧୫୮୧୬ଟି ଘର ବିଦ୍ୟୁତକରଣ ହୋଇପାରିଛି। ଏହି ପ୍ରକଳ୍ପର ସମସ୍ତ ବ୍ୟୟ ଏବଂ ସବିଶେଷ ବିବରଣୀ ଓଡିଶା ସରକାରଙ୍କ ନିକଟରେ ଦାଖଲ କରାଯାଇଛି।