ଶକ୍ତି ସଂରକ୍ଷଣ

ସମୀକ୍ଷା

ସମୀକ୍ଷା

ଆସନ୍ତାକାଲିର ଏକ ଉତ୍ତମ ଭବିଷ୍ୟତ ପାଇଁ ଶକ୍ତି ସଂରକ୍ଷଣର ଗୁରୁତ୍ୱ ଉପରେ ଟିପି ନଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନଓଡିଏଲ) ବିଶ୍ୱାସ କରେ | ଯଦି ଆମେ ସମସ୍ତେ ଆମର ଶକ୍ତି ବ୍ୟବହାରକୁ ହ୍ରାସ କରିବା ପାଇଁ କିଛି ସରଳ ପଦକ୍ଷେପ ଗ୍ରହଣ କରୁ, ତେବେ ଆମର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଆମେ ଏକ ଦୀର୍ଘ ରାସ୍ତା ଅତିକ୍ରମ କରିପାରିବା | ଆପଣଙ୍କ ଘର ପାଇଁ ଏଠାରେ କିଛି ବିଦ୍ୟୁତ୍ ସଞ୍ଚୟ ଟିପ୍ସ ଅଛି |

energy_icon

ଘରେ କିପରି ବିଜୁଳି ଶକ୍ତି ବଞ୍ଚାଇବା

Some electricity saving tips for your home

image
Lighting
  • ସହଜ ଉପାୟରେ ବିଜୁଳି ବଞ୍ଚାଇବା ପାଇଁ ଅନାବଶ୍ୟକ ସମୟରେ ଅଦରକାରୀ ଆଲୋକ ବତୀଗୁଡିକୁ ବନ୍ଦ ରଖିବା
  • ଟୁ୍ବ ଲାଇଟ୍ କିମ୍ବା ଏଲ୍ଇଡି ବ୍ୟବହାର କରିବା ଦ୍ୱାରା ୭୫% ଆଲୋକ ବିକିରଣ କମ ହେବା ସହିତ ବିଜୁଳି ବଞ୍ଚିତ ହୋଇଥାଏ
  • ଟ୍ୟୁବଲାଇଟ୍ କିମ୍ବା ବଲ୍ବ ଗୁଡିକୁ ନିୟମିତ ବ୍ୟବଧାନରେ ପରିଷ୍କାର କରନ୍ତୁ ଯାହାକି ଧୂଳିକଣା ଦ୍ୱାରା ୫୦ ପ୍ରତିଶତ ସଂଗ୍ରୁହୀତ ବିକିରଣକୁ ବଞ୍ଚାଇ ପାରିବ
  • ଅଧିକ ୱେଟେଜ୍ ଯୁକ୍ତ ଲ୍ୟାମ୍ପ ଦ୍ୱାରା ସଂପୂର୍ଣ୍ଣ କକ୍ଷକୁ ଆଲୋକିତ କରିବା ଅପେକ୍ଷା ଫୋକସ୍ ଯୁକ୍ତ ଆଲୋକ ବ୍ୟବହାର କରି କାର୍ଯ୍ୟ ସଂପାଦନ କରନ୍ତୁ
  • ପ୍ରାକୃତିକ ସୂର୍ଯ୍ୟକିରଣକୁ ଯଥାସମ୍ଭବ ଆପଣାନ୍ତୁ
  • ୫ ଷ୍ଟାରବିଶିଷ୍ଟ ବିଇଇ ସାର୍ଟିଫିକେଟ ପ୍ରାପ୍ତ ଉପକରଣ କିଣନ୍ତୁ
  • ଏସି ଚାଲିଥିବାବେଳେ ଝରକା, କବାଟ ସଂପୂର୍ଣ୍ଣ ବନ୍ଦ ରଖନ୍ତୁ ଏବଂ ସ୍ୱାଛନ୍ଦ୍ୟରେ ୨୫ ଡିଗ୍ରୀ ସେଲ୍ସିୟସର ତାପମାନ ଉପଭୋଗ କରନ୍ତୁ
  • ଫ୍ରିଜରେ ଗରମ ଖାଦ୍ୟ ରଖନ୍ତୁ ନାହିଁ, ଯଥାସମ୍ଭବ ଫ୍ରିଜକୁ ବାରମ୍ବାର ଖୋଲିବା କମ୍ କରନ୍ତୁ
  • ପାଣି ଉଠାଇବା ପାଇଁ ଶକ୍ତି କୁଶଳୀଯୁକ୍ତ ମୋଟର ଓ ପମ୍ପ ବ୍ୟବହାର କରନ୍ତୁ
  • ଟିଭି ଏବଂ ଅନ୍ୟାନ୍ୟ ବିଦ୍ୟୁତ୍ ସାମଗ୍ରୀଗୁଡ଼ିକୁ କେବଳ ରିମୋଟ ଦ୍ୱାରା ବନ୍ଦ କରିବା ଦ୍ୱାରା ସେଗୁଡିକ ବିଦ୍ୟୁତ୍ ବ୍ୟବହାର କରିଥାଏ। ଅତଏବ, ସେଗୁଡିକୁ ଉତ୍ପତ୍ତି ସ୍ଥଳରୁ ବନ୍ଦ କରିବା ଆବଶ୍ୟକ
  • ୱାଟର ହିଟରର ଟେମ୍ପରେଚର୍ ୬୦ ରୁ ୫୦ ଡିଗ୍ରୀକୁ ହ୍ରାସ କରିବା ଦ୍ୱାରା ସେହି ସମୟରେ ବ୍ୟବହ୍ରୁତ ବିଦ୍ୟୁତ୍ ୧୮ ପ୍ରତିଶତ କମ୍ ହୋଇଥାଏ
image
ଘରୋଇ ଉପକରଣ ଏସି (ଏୟାର କଣ୍ଡିସନର ), ୱାଟର ହିଟର, ରେଫ୍ରିଜରେଟର
image
ଇଣ୍ଡଷ୍ଟ୍ରିଗୁଡିକ ସକାଶେ ବିଜୁଳି ସଂରକ୍ଷଣର ଅତିରିକ୍ତ ଟିପ୍ପଣୀ
  • କାପାସିଟର୍ ବ୍ୟାଙ୍କର ବ୍ୟବହାର ଚାହିଦା ହ୍ରାସ ଏବଂ ପାୱାର ଫ୍ୟାକ୍ଟର ବୃଦ୍ଧି ଘଟାଇଥାଏ
  • ସର୍ବୋଚ୍ଚ ସୀମାଯୁକ୍ତ ଡିମାଣ୍ଡ କଣ୍ଟ୍ରୋଲର ବ୍ୟବହାର କରନ୍ତୁ
  • ଫାଇବର ସେଲିଂର ବ୍ୟବହାର ଦ୍ୱାରା ସୂର୍ଯାଲୋକର ଚଳପ୍ରଚଳ ହୋଇଥାଏ ଏବଂ ଲ୍ୟାମ୍ପର ବ୍ୟବହାର ହ୍ରାସ ଘଟିଥାଏ
  • ବାହ୍ୟ ଆଲୋକୀକରଣ ନିମନ୍ତେ ସୋଡିୟମ ଭେପର୍ ଲ୍ୟାମ୍ପ ପରିବର୍ତ୍ତେ ଧାତୁଯୁକ୍ତ ହାଲାଇଡସ୍ ବ୍ୟବହାର କରନ୍ତୁ
  • ଲୁବ୍ରିକେସନ୍ ପଦ୍ଧତିରେ ବଲ୍ ବିୟରିଂର ଶକ୍ତି ଅପଚୟ କମ୍ କରନ୍ତୁ
  • ଶକ୍ତିକୁଶଳୀ ଯୁକ୍ତ ମୋଟର୍ ବ୍ୟବହାର କରନ୍ତୁ
  • ନିଜର ଏନର୍ଜି ଅଡିଟ୍/ସର୍ବେକ୍ଷଣ କରନ୍ତୁ ଏବଂ ତଦନୁଯାଇ ଶକ୍ତି ଅପଚୟ ହ୍ରାସର ପରାମର୍ଶ ଗ୍ରହଣ କରନ୍ତୁ

These electricity saving tips for home or industries could go a long way in bringing a big difference to our natural habitat and environment. Let's follow them for a better tomorrow!