ନିରନ୍ତରତା

ସାମାଜିକ ପଦକ୍ଷେପ

ଟିପିଏନ୍ଓଡିଏଲ୍ ର ସାମାଜିକ ପଦକ୍ଷେପ

ଟିପିଏନ୍ଓଡିଏଲ୍ ର କର୍ପୋରେଟ ସାମାଜିକ ଦାୟିତ୍ଵବୋଧ ଦ୍ୱାରା କାର୍ଯ୍ୟକାରୀ ସମସ୍ତ ପଦକ୍ଷେପ ମଧ୍ୟରେ ସାମାଜିକ ପଦକ୍ଷେପଗୁଡିକ ଅନ୍ୟତମ। ଓଡିଶା ପ୍ରଦେଶର ସମସ୍ତ ସେବା ଯୁକ୍ତ ଅଞ୍ଚଳଗୁଡିକର ସମୃଦ୍ଧି ଏବଂ ବିହୀତ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କ ଜୀବନଧାରଣ ରେ ପ୍ରଗତି , ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥା ରଖିବା ପାଇଁ ଚେଷ୍ଟା କରୁଅଛି।

ଉପଯୁକ୍ତ କୁଶଳ ଶିକ୍ଷା ପ୍ରଦାନ କରି ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ମହିଳାମାନଙ୍କର ଜୀବନଧାରଣ ବିକଶିତ କରିବା ଟିପିଏନ୍ଓଡିଏଲ୍ ଦ୍ୱାରା ନିଆଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ପଦକ୍ଷେପ। ଜାଣନ୍ତୁ କିପରି!:

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ:

ହିତାଧିକାରୀ: ୩୮୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ( ମୟୁରଭଞ୍ଜ ଏବଂ କେଉଁଝର ଜିଲ୍ଲା ଅନ୍ତର୍ଗତ)

ଟିପିଏନ୍ଓଡିଏଲ୍ ର କର୍ପୋରେଟ ସାମାଜିକ ଦାୟିତ୍ଵବୋଧ କାର୍ଯ୍ୟକ୍ରମ ଜରିଆରେ ଓଡିଶାର ମୟୂରଭଞ୍ଜ ଏବଂ କେଉଁଝର ଜିଲ୍ଲାର ୩୮୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୁଶଳତା ର ତାଲିମ ଏବଂ ସଶକ୍ତିକରଣ ନିମିତ୍ତ ଶିକ୍ଷା ପ୍ରଦାନ କରିଅଛି। ସେଥିମଧ୍ୟରୁ ୯୮ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଟିପିଏନ୍ଓଡିଏଲ୍ ର ମିଟର ରିଡିଂ, ବିଲିଂ ଏବଂ କଲେକ୍ସନ ପରି କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି। ଏଥିସହିତ ଭବିଷ୍ୟତରେ କମ୍ପାନୀର ମୂଲ୍ୟାୟନ ପ୍ରକ୍ରିୟାଯୁକ୍ତ ଶୃଙ୍ଖଳରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ୨୫୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏହି ପ୍ରକ୍ରିୟାଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତ୍ୟେକ ମହିଳାଙ୍କୁ ମାସିକ ୯୦୦୦-୧୦,୦୦୦ ଟଙ୍କା ବ୍ୟକ୍ତିଗତ ଭାବେ ଉପାର୍ଜନ କରି ଦୈନିକ ଗୁଜୁରାଣ ମେଣ୍ଟେଇବାର କ୍ଷମତା ସୃଷ୍ଟି କରିଛି ।

image image