ଗ୍ରାହକ ଜୋନ୍

ସୁରକ୍ଷା

ଟିପିଏନ୍ଓଡିଏଲ୍ ସୁରକ୍ଷା ଟିପ୍ସ

କାହାକୁ ବିଜୁଳି ଆଘାତ ଲାଗିଲେ କଣ କରାଯିବା ଉଚିତ୍?

  • ବିଦ୍ୟୁତ ଆଘାତ ସମୟରେ ତତକ୍ଷଣାତ୍ ବିଦ୍ୟୁତ ପ୍ରବାହ ବନ୍ଦ କରନ୍ତୁ।
  • କୌଣସି ବୋର୍ଡ ବା ବିଦ୍ୟୁତ ଅପରିବାହୀ ପଦାର୍ଥ ସାହାଯ୍ୟରେ ନିଜକୁ ବିଦ୍ୟୁତ ଅପରିବାହୀ ବନାନ୍ତୁ ଏବଂ ତା ପରେ ବିଦ୍ୟୁତ ସଂଯୋଜିତ ବ୍ୟକ୍ତିଙ୍କୁ ଉଦ୍ଧାର କରନ୍ତୁ। ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ମେଡିକାଲ ସହାୟତା ପହଞ୍ଚିବା ପୂର୍ବରୁ ପ୍ରାଥମିକ ଉପଚାର କରନ୍ତୁ।

ବିଦ୍ୟୁତ ତାର ବା ଅନ୍ୟାନ୍ୟ ବିଦ୍ୟୁତ ସାମଗ୍ରୀ ରେ ନିଆଁ ଲାଗିବା ସମୟରେ କଣ କରାଯିବା ଉଚିତ୍?

  • ଯଦି ଆପଣ ଅଗ୍ନି ସଂଯୋଜିତ କ୍ଷେତ୍ରକୁ ପାଣି ନିକ୍ଷେପ କରନ୍ତି ତେବେ ଆପଣଙ୍କୁ ବିଦ୍ୟୁତ ଆଘାତ ଲାଗିବାର ସମ୍ଭାବନା ରହିଛି ଏବଂ ସେହି ସ୍ଥାନରେ ଅଗ୍ନି ସଂଯୋଗକୁ ତ୍ୱରାନ୍ୱିତ କରି ସମଗ୍ର ସ୍ଥାନଟିକୁ ଜଳାଇ ଭସ୍ମ କରିଦେବାର ସମ୍ଭାବନା ରହିଛି। ନିଜର ଅଗ୍ନି ନିର୍ବାପକ ଯନ୍ତ୍ରର ତଦାରଖ କରନ୍ତୁ ।
  • ପାଣିର ବ୍ୟବହାର କରନ୍ତୁ ନାହିଁ ଯେହେତୁ ପାଣି ଏକ ପ୍ରାକୃତିକ ବିଦ୍ୟୁତ ସୁପରିବାହୀ ।
  • ବିଦ୍ୟୁତ ଜନିତ ଅଗ୍ନି ସଂଯୋଗ 'C ପ୍ରକାର' ଅନ୍ତର୍ଗତ ଯାହାପାଇଁ ଅଗ୍ନି ନିର୍ବାପକ ଯନ୍ତ୍ର ପ୍ରଯୁଜ୍ୟ ଅଟେ। ପ୍ରାୟ ଘରୋଇ ଅଗ୍ନି ନିର୍ବାପକ ଯନ୍ତ୍ର ଗୁଡିକ ବହୁମୁଖୀ ଏବଂ ସେଥିରେ ABC ଲେବଲ୍ କରାଯାଇଥାଏ। କିନ୍ତୁ ବ୍ୟବହାର ପୂର୍ବରୁ ଏହାକୁ ତଦାରଖ କରିବା ବିହୀତ ଅଟେ।

ବିଜୁଳି ବିଫଳତା ସମୟରେ ସତର୍କ ସୂଚନାଗୁଡିକ କଣ କଣ?

  • ବିଦ୍ୟୁତ ପ୍ଲଗ ବା ସ୍ୱିଚ କୁ ସ୍ପର୍ଶ କରିବା ସମୟରେ ଏକ ଶିହରଣ ଅନୁଭବ କରିବେ।
  • ଆପଣଙ୍କର ଇଏଲସିବି ର ବାରମ୍ବାର ଫ୍ୟୁଜ କଟିବା
  • କୌଣସି ଉପକରଣରୁ ଜ୍ୱଳନର ଗନ୍ଧ ଅନୁଭୂତ
  • ବିଦ୍ୟୁତ ସ୍ପାର୍କ
  • ବଲବ /ଲାଇଟ ର କ୍ଷୀଣତା

ଇଲେକ୍ଟ୍ରିସିଟି ମିଟର ପରେ ଆର୍ଥ ଲିକେଜ ସର୍କିଟ ବ୍ରେକର( ଇଏଲସିବି) ସୁପାରିଶ କରାଯାଏ କି?

  • ଆର୍ଥ ଲିକେଜ ସର୍କିଟ ବ୍ରେକର ଘରର ସୁରକ୍ଷାପ୍ରହରୀ ରୂପେ ବିଦ୍ୟୁତ ଆଘାତରୁ ରକ୍ଷା କରିଥାଏ। ଏହା ବାଇପାସ୍ ହବା ଅନୁଚିତ୍ ବରଂ ବିଦ୍ୟୁତ ସାମଗ୍ରୀ ଏବଂ ସର୍କିଟ ଗୁଡିକ ପ୍ରଶିକ୍ଷିତ ଇଲେକ୍ଟ୍ରିସିଆନ ଦ୍ୱାରା ତଦାରଖ ହେବା ଆବଶ୍ୟକ।

ସପ୍ଲାଇ ସିଷ୍ଟମ ମଧ୍ୟରେ ନ୍ୟୁଟ୍ରIଲ ଏବଂ ଆର୍ଥିଙ୍ଗର ଭୂମିକା କଣ?

  • ସପ୍ଲାଇ ଲାଇନର ନ୍ୟୁଟ୍ରIଲ ଏକ ବିଦ୍ୟୁତ ପରିବହନର ଏକ ଫେରନ୍ତା ପଥ ପ୍ରସ୍ତୁତ କରିଥାଏ ଏବଂ ସେହିପରି ଆର୍ଥିଙ୍ଗ, ବିଦ୍ୟୁତ ସାମଗ୍ରୀର ଲିକେଜ ଜନିତ ବିଦ୍ୟୁତ ଆଘାତରୁ ରକ୍ଷା କରିଥାଏ। ଇଏଲସିବି ର ଏକ ପ୍ରମୁଖ ଉପାଦାନ ହାଉଛି ଆର୍ଥିଙ୍ଗ